ମାଲକାନଗିରି: ଓଡ଼ିଆ ଚଳଚିତ୍ର ‘ଦମନ’କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ମାଲକାନଗିରି ଜିଲ୍ଲାର ମ୍ୟାଲେରିଆ ଜନିତ ସମସ୍ୟାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ଏବେ ସମଗ୍ର ଓଡ଼ିଆଙ୍କ ସମେତ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଯୋଜକଙ୍କ ହୃଦୟକୁ ଛୁଇଁଛି। ଏହି ଚଳଚ୍ଚିତ୍ର ବିଷୟରେ ଜାଣିବାକୁ ତତ୍ପରତା ପ୍ରକାଶ ପାଇଥିବାବେଳେ ଆଜି ଏହାର ପରଦା ପଛର କାହାଣୀକୁ ପୂର୍ବତନ ମାଲକାନଗିରି ଜିଲ୍ଲାପାଳ ତଥା ବର୍ତ୍ତମାନର ଯୋଜନା ଓ ସମନ୍ବୟ ବିଭାଗର ଯୁଗ୍ମ ସଚିବ ଅଧିକାରୀ ମନିଶ ଅଗ୍ରୱାଲା।
ଭୁବନେଶ୍ୱରସ୍ଥିତ ‘ଏସିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ’ରେ ଅନୁଷ୍ଠିତ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ମାଲକାନଗିରିରେ ମ୍ୟାଲେରିଆ ଥିଲା ଅତ୍ୟନ୍ତ ବ୍ୟାପକ। କିପରି ଭାବରେ ତାକୁ କମ କରାଯାଇପାରିବ ସେ ଦିଗରେ ସେ ଅନ୍ୟାନ୍ୟ ବିଭାଗର ଅଧିକାରୀଙ୍କ ସମନ୍ଵୟ ବୈଠକ ଆୟୋଜନ କରିଥିଲେ। ସେହିପରି ଅନ୍ୟ ବିଭାଗର ଅଧିକାରୀ, କର୍ମଚାରୀ, ଶିକ୍ଷକମାନଙ୍କୁ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା, କାର୍ଯ୍ୟକ୍ରମର ସମସ୍ତ ତଦାରଖ ତଥା ନିରୀକ୍ଷଣର ଦାୟିତ୍ଵ ଦେଇଥିଲେ। ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀର ବ୍ୟବହାର ବିଷୟରେ ତଦାରଖ କରିଥିଲେ। ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ରାତିରେ ମଶାରୀ ଟାଙ୍ଗିବାକୁ ଘଣ୍ଟି ବଯାଇଥିଲେ। ଏହାଦ୍ୱାରା ମଶାରୀର ବ୍ୟବହାର ଆଶାନୁରୂପ ଭାବରେ ବଢିଥିଲା। ପରବର୍ତ୍ତୀ ସମୟରେ ଏହାର ଏକ ଡକ୍ୟୁମେଣ୍ଟ କରିବା ପାଇଁ ସେ ତାଙ୍କ ବନ୍ଧୁଙ୍କୁ ଅନୁରୋଧ କରିଥିଲେ। ପରେ ଏହା ଚଳଚ୍ଚିତ୍ରକୁ ରୂପାନ୍ତରିତ ହୋଇପପାରିଲା। ସେହିପରି ୨୦୧୭ ମସିହାରେ ଆରମ୍ଭ କରାଯାଇଥିବା ‘ଦମନ’ ଅଭିଯାନକୁ ତତ୍କାଳୀନ ସ୍ଵାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ମଦନ ମୋହନ ପ୍ରଧାନଙ୍କ ଗବେଷଣା ଭିତ୍ତିକ ପରାମର୍ଶ ଏହାକୁ ଦୁର୍ଗମ ଅଞ୍ଚଳରେ ରୂପାନ୍ତରଣ କରିବା ପାଇଁ ନିଜେ ନେତୃତ୍ୱ ପ୍ରଦାନ କରିଥିଲେ। ‘ଦମନ’ କାର୍ଯ୍ୟକ୍ରମକୁ ସମସ୍ତ ସ୍ତରରେ ବ୍ୟାପକତା କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ବିଭାଗ ଠାରୁ ଆରମ୍ଭ କରି ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଥିବା ମତ ପ୍ରକାଶ ପାଇଥିଲା। ‘ଏସିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ’ର କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାସ ସଭାପତିତ୍ୱ କରି ଦମନ ଚଳଚ୍ଚିତ୍ରକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ନିଶ୍ଚିତ ଚେଷ୍ଟା କରିବେ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡ ରାମସ୍ୱରୁପ ଶର୍ମା, ଡାକ୍ତର ମଦନ ମୋହନ ପ୍ରଧାନ ତଥା ବିଶ୍ଵବିଦ୍ୟାଲୟର କର୍ମଚାରୀ, ସମସ୍ତ ୩୦ ଜିଲ୍ଲାର ଜିଲ୍ଲା ମଶା ବାହିତ ରୋଗ ପରାମର୍ଶଦାତା ଉପସ୍ଥିତ ରହିଥିଲେ।
ଚଳଚ୍ଚିତ୍ର ‘ଦମନ’ ପଛର କାହାଣୀ କହିଲେ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ
Share Now: